ଆଶ୍ଚର୍ଯ୍ୟ ହେଲି କଥାରେ ତୁମର,
ଭିନ୍ନତାର ପାଇଲି ଆଭାସ।
ନଥିଲା ତୋ କଥାରେ ଉଷ୍ମତା,
କାହିଁ ଗଲା ଛାତିର ଆର୍ଦ୍ରତା
ବୁଲାଇଲ ମୁହଁ ଅନ୍ୟଆଡ଼େ,
ଘୋଡ଼ାଇଲ ହସ ମୋର ପଣତ କାନିରେ।
ତୁମ ଆଙ୍ଗୁଳି ଧରି ଚାଲିଥିଲି,
ଭରସାର ଚାଦର ଓଢ଼ି,
ତୁମ ପଛେ ପଛେ ତୁମ
ଛାଇ ଟିଏ ପରି।
ଗଢ଼ିଥାନ୍ତି ମୋ ଜୀବନ ଗୀତ।
ଭିଡ଼ ଏଠି ଅସହାୟଙ୍କର,
ପ୍ରେମ ଗୋଟେ ଶବ୍ଦ କାହାଣୀର।
ନିଛାଟିଆ ଏକାଏକା
ଜୀବନ ଆମର,
ମନ ମନେଇବା ପାଇଁ
ଆମ ଅଭିନୟ।
ହାତେ ଥାଳ ଭିକାରୀଙ୍କ ମେଳ,
କିଏ ଦେବ କାହାକୁ ବା ଭିକ?
ନଗ୍ନ ଦେହେ ଯମୁନା ପାଣିରୁ,
ବଂଶୀ ସ୍ବରେ ଆସିଲି କୂଳକୁ।
ନାହିଁ ଲୋଭ ପୁରୁଣା ବସ୍ତ୍ରରେ
ନାହିଁ ଦୁଖ ପ୍ରେମ ପ୍ରତାରଣେ।
ନୁଆ କରି ଦେଖିନେ ନିଜକୁ,
ମନ ଭରି ଧରିନେ ଦେହକୁ
ଫେରି ଆସି ସାଗର ଗର୍ଭରୁ,
ଆକାଶର ପରିଧି ସେ ପଟୁ,
ପ୍ରେମର ବରଷା ବିଞ୍ଚି
ଜି ନେ ଏକା ଏକା,
ନ ଚାହିଁ କାହାକୁ।
……………………..