ଦେବି ନାହିଁ ଜାଣିବାକୁ
ଭଲ ପାଏ ବୋଲି ମୁଁ ତୁମକୁ ,
ବୁଝି ଗଲେ ବୁଝି ଯିବ
ନ ବୁଝିଲେ ନୀରବ ରହିବି ,
ମନ ଭରି ଭଲପାଉ ଥିବି ।
ଲୋଡା ନ।ହିଁ ବଦଳରେ କିଛି
ସ୍ନେହ , ଶ୍ରଦ୍ଧା, ପ୍ରେମ ଅବା ପ୍ରିତି ,
ଖୋଲା ଦେହେ ହାଲୁକା ମନରେ
ଚାଲି ଯିବି ଏକା ନଈ କୂଳେ ।
ମୋ ପ୍ରେମର ମୂଲ ନ।ହିଁ
ଦେବା ପାଇଁ ପ୍ରତି ଦାନେ କିଛି ,
ରାସ୍ତା ଘାଟେ ଦେଖା ହେଲେ
କେବେ ବା କେମିତି,
ବାଟ ମୋଡି ଚାଲିଯିବି , ନ ଦେଖାଇ ଛାତି ।
ଚାହିଁବି ନି ବାଟ ମୋଡି
ଆଖି କୋଣେ କାଳେ ନେବ ଦେଖି ।
ଲୁଚାଇବି ଆଖିର ଲୁହକୁ,
ଜାବୁଡି ଧରିବି ମୋର ଛତିର କୋହକୁ ।
ଚାପା ହସେ ମଲମ ଲଗାଇ
ଶୁଖାଇବି ପୁରୁଣା ଘା କୁ ।
ଖୋଜି ନେବି ମୁଁ ତୁମକୁ
ଆଖି ମେଲି , ଚିରି ଖୋଲି ମୋ ଏ ଦେହକୁ ,
ଭଲ ପାଇ ଖୁସି ହେବି ମନକୁ ମନକୁ ,
କି ଲାଭ ଚାହିଁବାରେ ଅଲୋଡା ପ୍ରେମକୁ॥