(1)
ବାକି ଜୀବନ
ଜୀବନକୁ ସାଉଁଟି ସାଉଁଟି ଏକାଠି କରିବି
କିଛି ହୁଏତ ଏପଟ ସେପଟ ହେବ
ମୋଟା ମୋଟି ଦେଖି ନେବି।
କିଛି ହସ , କିଛି କାନ୍ଦ
ଆଶା ଓ ନିରାଶା
ହେଲେ, ରଖିବିନି ଅନାବନା କରି
ସଜାଡ଼ି ନେବି ସମୟାନୁସାରେ
ଆଗପଛ କରି,
ଦେଖିବିନି କାହା ମୂଲ କେତେ ।
ଜୀବନରେ ନେଇ ଥିବା ନିସ୍ପତି ପାଇଁ
ତୁମକୁ କରିବିନି ଦାୟୀ ।
ଆଖିବୁଜି ସହିନେବି ସବୁକିଛି
ଭାଗ୍ୟକୁ ଆଦରି ।
(2)
ତୁମେ କିନ୍ତୁ କଥା ଦିଅ ,
ଗୋଟି ଗୋଟି କରି ।
ଅର୍ଥହୀନ ବିଗତ ଯୁଗର
ଆମ ସେ କାହାଣୀ ।
ମୋ ଭଲପାଇବା , ଆଉ
ତୁମର ସେ ଲୁଚିଲା ଚାହାଣୀ ,
ଆଜି ସବୁ ଯାଇଛି ବଦଳି ।
କବିତାରେ ରଙ୍ଗ ନ।ହିଁ ,
ପବନରେ ଛନ୍ଦ କାହିଁ ?
ଚାଲ ସବୁକିଛି ଭୁଲି
ଜି ନେବା ବଳକା ଜୀବନ ,
ବିଶ୍ଳେଷଣ କରିବାନି
ସମୟ କୁ ଟିଖିନିଖି କରି ।