Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ମୋ ବୋଉ


ବୋଉ!

ତୁ ଚେଇଁ ବସିଥା’

ମୁଁ ଫେରିଲିଣି, ଅନ୍ଧାରୁଆ ତୋଟା ‍‍ଡ଼େଇଁ

ଆଖିବୁଜି ପାରିହେଲି

ଆମ ଗାଁ ମଶାଣି।

ଭାତଥାଳି ଧରି ଟିକେ ରହ,

ତୋ କୋଳରେ ଶୋଉ ଶୋଉ-

ଦି’ ଗୁଣ୍ଡା ଖାଇନେବି।

 

କାଲି ପୁଣି ଯିବାକୁ ହେବ

ମଲା ମଣିଷକୁ ପାରିହୋଇ

ଓଲଟା ବାଦୁଡ଼ିଙ୍କ ମେଳେ

ବାଉଁଶବୁଦାର ଚିତ୍କାରକୁ ଚିରି

ବାଟଭାଙ୍ଗି କଳା ବିଲେଇର

ଚିକି ମିକି ଆଖି।

 

କେବେ କେଜାଣି ସରିବ ଏ ରଣ

ଫେରିଆସିବି ତୋ କାନି ତଳେ

ଶୁଣିନେବି ଅଧାକୁହା

               ଟୁଆଁ ଟୁଇଁ ଗପ।











Photo Gallery


+ -

©
Site designed,developed & maintained by Tekons