ଟିପି ଟିପି ବରଷାରେ
ଜାଣେନା କାହିଁକି
ମନେପଡ଼େ
ତୁମ କଥା ବେଶି!
ପାହାନ୍ତିଆ ସକାଳରେ
ଆଖିମୁନ୍ଦି ଶୋଇ
ସପନରେ ଯାଇଥିଲି ଫେରି
ତୋ ଗାଁ ନଈବନ୍ଧ ଆଡ଼େ।
ଚାରିଆଡ଼େ ସବୁଜିମା
ନାଉରିଆ ଗୀତ,
ମତୁଆଲା ସଙ୍ଗୀତ ମୂର୍ଚ୍ଛନା
ମାଡ଼ିଆସେ କଳା କଳା ମେଘ।
ଥଣ୍ଡା ହେଲା ମୋ ହୃଦୟ
ଅନେକ ଆଶା ଓ ସମ୍ଭାବନା ନେଇ
ସେଇଦିନ କେତେ ସ୍ରୋତ
ଦେଲି ମୁଁ ବୁହାଇ।
ସ୍ବବ୍ଧ ଜଳରାଶି ତୋର
ସଂକଳ୍ପ ତୋ ହେବା ପାଇଁ ହ୍ରଦ,
ଉଚ୍ଛୁଳିବ ତୋ ବୁକୁ
ଆକାଶରେ ହେଲେ ଘୂର୍ଣ୍ଣିବାତ୍ୟା,
ବହିଯିବି ତୋ ବାଟ ଦେଇ
ଯଦି ଅବା ହେବ ପୁଣି ଦେଖା।
ନେଇଯିବି ସାଗର କୂଳକୁ
ହାତ ଧରି ତୋର,
ଟିପି ଟିପି ବରଷା ପରଶେ
କହିଦେବି କାନେ,
ହଜିଯାଇ ପାଇନେବା,
ଯେ’ ଯାହାର ବାଟ॥