Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ଅକୁହା ପ୍ରେମ


ସାହସ କୁଳଉ ନ ଥିଲେ

ମଉନ ରୁହ

କିଛି କୁହନାହିଁ,

ନୀରବତାରୁ ପଢ଼ିପାରିବି

ତୁମ ପ୍ରଗଳ୍‌ଭତାର ମୁଦ୍ରା।

 

କିଏ କହୁଛି

ସମାନ୍ତରାଳ ଦୁଇ ରାସ୍ତାର ସଂପର୍କକୁ

ନେଇ ନ ଥାଏ କୌଣସି ପରିଭାଷା

ନ ପାଇବାର ଅନିବାର୍ଯ୍ୟତା ସତ୍ତ୍ବେ

ପରସ୍ପରକୁ ଚାହିଁ ଚାହିଁ

ଜୀବନ ବିତେଇଦେବାର ଭାଗ୍ୟ

ସମସ୍ତଙ୍କୁ ତ ମିଳେ ନାହିଁ।

 

ଆମେ ଅଲଗା ଅଲଗା ଦ୍ବୀପର ରାଜା

ଆମ ପଛପଟେ

ରାଜ୍ୟହୀନ ରାଜାର କାହାଣୀ,

ସାମ୍ରାଜ୍ୟର ସୀମାରେଖା ଆମର

ହୃଦୟରୁ ହୃଦୟ ଯାଏ

ମନରୁ ମନ ଯାଏ

ଯାହାକୁ ଲେଖି ରଖିବ ନାହିଁ

ଆଉ କେଉଁ ଦେଶର ଇତିହାସ।











Photo Gallery


+ -

©
Site designed,developed & maintained by Tekons