Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ଶେଷ ବିନ୍ଦୁ


ରେଖାର ଧାରେ ଧାରେ

ଚାଲିଥିଲେ ଆମେ ଦୁହେଁ,

କେବେ ଆଗେ

କେବେ ପଛେ ,

ଧରିବାକୁ ଶେଷ ବିନ୍ଦୁ  

ଆମ ଏ ପ୍ରୟାସ ।

 

ପହଞ୍ଚି ପହଞ୍ଚି ନାହିଁ ,

ପାଇ ନ ପାଇବା ପରି ,

ଦେଖି ଆଦେଖା ଆମେ ,

ଅସମାପ୍ତି ଆଶା ,

ଅନ୍ତହୀନ ବିନ୍ଦୁ ଦେହେ

ସମ୍ଭାବନା କେତେ ,

ଖର୍ଚ ହେଲା ସମସ୍ତ ବୟସ ।

ଏ ଯାତ୍ରା ର ଶେଷ ନ।ହିଁ ,

ସେ ବିନ୍ଦୁ ର ସ୍ଥିତି କାହିଁ ?

ମୁଁ ଜାଣେ ମୋ ତଣ୍ଟିର ଶୋଷ ,

ହୋଇବ ଅନ୍ତ

ଗରଭେ ତାର ।

 

ଶେଷ ବିନ୍ଦୁ ତୁମେ

ମରୁ ମରୀଚିକା , କପୋଳ କଳ୍ପିତ

ଅନୁଭବରୁ ବହୁତ ଦୂର ।

ରେଖା ଠୁ ଅଲଗା ,

ଅଦୃଶ୍ୟ ଅନୁଠା,

କାମନାର ଅନ୍ତ ,

ଜୀବନ ର ସତ୍ୟ ।

 

ନୃତ୍ୟରତ ଅସଂଖ୍ୟ ଖେଳଣା

ଜୀବନର ଧାରୁଆ ରେଖାରେ ,

କିଏ ଯିବ ଶେଷ ବିନ୍ଦୁ ଯାଏ ,

ପାଇବ ଠିକଣା କିଏ ,

ସବୁ ଏ ଅଜଣା ।

ବିଶ୍ଳେଷଣ ତୁମରି ସନ୍ଧାନେ

ଖାଲି ଗୋଟେ ବୃଥା ଗବେଷଣା ।

 

ସମାନ୍ତରାଳ ଯାତ୍ରାରେ ,

ଦେଖା ଦେଖି ହେବା ।

କଥା କୁହା କୁହି ହୋଇ

ମିଶିଯିବା ଦୂର ଦିଗବଲୟେ ,

ଅବ୍ୟକ୍ତ ,ଅଦୃଶ୍ୟ ସେହି

ଶେଷ ବିନ୍ଦୁ ଦେହେ ।











Photo Gallery


+ -

©
Site designed,developed & maintained by Tekons