Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ହିସାବ


ପୋଥିଧରି କରିବି ହିସାବ

ଲାଭ କ୍ଷତି, ଭଲ ମନ୍ଦ ,

ମୋ ପାପ ପୂଣ୍ୟର ।

ଆଖିବୁଜି ଦେବା ପାଇଁ ,

ଯେ ଯାହା ପାଉଣା

ଡାକିଥିଲି ବାଧ୍ୟ କରି

ଖୋଜି ସେ ଠିକଣା ।

 

ଖାଲି ହାତେ ଥିଲା ମୋର

ଚୋରଙ୍କ ଖଜଣା ,

ଚାହିଁ ଥିଲେ ଭୋକିଲା ଉଦର,

ଜିର୍ଣ ଶିର୍ଣ ଦୁର୍ବଳ ଶରୀର

ରକ୍ତ ମାଂସ ଶୁନ୍ୟ

ମୁହଁ ସବୁ ଚିହ୍ନା ଓ ଅଜଣା ।

 

ବିଜୟୀ ମୁଁ , ରଥେ ଠିଆ

ମୁକୁଟ ମୁଣ୍ଡରେ

ଜିତିଥିଲି ଗାନ୍ଧାରୀ ସନ୍ତାନେ,

ଦେଇ ଥିଲ ଦେହେ ମୋର

ପ୍ରେରଣା ସଂଭାର ।

 

ଫେରୁ ଥିଲ ତୁମେ ଏକା

ଦ୍ଵାରକା ରାସ୍ତାରେ ,

କରିଥିଲି ଗୁହାରୀ ବହୁତ

ନେବା ପାଇଁ ସବୁକିଛି ,

ଳଉଟାଇ ଯେ ଯାହାର ଧନ ।

 

ନଥିଲା ମୋ କିଛି ଲୋଡା ,

କରିଥାନ୍ତି ନିଜକୁ ମୁଁ ଖାଲି ,

ବିନା ବସ୍ତ୍ରେ କରିଥାନ୍ତି ପାରି,

ହାତଧରି ସାଗର ତୀରରେ

ନେଇଥାନ୍ତ ଧରି ।

ରକ୍ତାକ୍ତ ଶରୀର ତୁମ ଧରି ଥାନ୍ତି କୋଳେ ,

ଛାତିତଳେ ନେଇ ଥାନ୍ତି

ଶବରର ଶର ।

ଛାଡି ସବୁ ଜଙ୍ଗଲ ଲତାରେ ,

ନେଇଥାନ୍ତି ହିସାବ ନିକାଶ,

ଫେରି ଥାନ୍ତି ତୁମ ପ୍ରାଣେ

ଦେଇ ଏହି ପ୍ରାଣ ।











Photo Gallery


+ -

©
Site designed,developed & maintained by Tekons