Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ନୂଆଘର


ସକାଳ ଆଗରୁ ଫେରି ଯାଇଥିବ ,

ତୁମେ ତୁମ ବାଟରେ ,

ଆଉ ମୁଁ ,

ଆଉ କେଉଁ ସହରରେ ।

ଆସ ନୂଆକରି ଘର ସଜାଡିବା ,

ଭୁଲିଯିବା ରାଗ ରୁସା

ଅଭିମାନୀ ମୁହଁ ଫୁଲା ।

ନଈ କୂଳ ରାସ୍ତା ପାଖେ ଦେଖା ହେଲେ ,

ହେବାନି ଅଚିହ୍ନା 

ମୁଣ୍ଡପାତି ମାନି ନେବି ,

ତୁମ ତାଗିଦ ମିଶା ପ୍ରେମ ,

ପ୍ରତିବାଦ କରିବିନି

ପଛେ ଥିବି ଚାଲି ,

ଆଖିଲୁହ ଦେବି ମୁଁ ଲୁଚାଇ

ଧରି ତୋର କାନି ।

 

 

ସମୟ କୁ ଜଳାଇ କି ଲାଭ ?

ଅଙ୍ଗରକୁ ଉଣ୍ଡେଇ କି ଆନନ୍ଦ ?

ଆସ ଆମ କାଗଜ ଡଙ୍ଗାକୁ

ଛାଡିଦେବା ବରଷା ଧାର ରେ ,

କେ ଜାଣେ ,

ନଈ ନାଳ ଦେଇ ଦେଖା ହେବ

ପ୍ରୟାଗ ମେଳାରେ ।

 

କଥା ହେବା ସ୍ନେହଭରା ସ୍ଵରେ ,

ହାତର ପରସ ପାଇ

ଥରିଲା ଗଳାରେ ,

ଭାସିଯିବା ଅନନ୍ତ ସ୍ରୋତରେ ।

 











Photo Gallery


+ -

©
Site designed,developed & maintained by Tekons