Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ସଂପର୍କ


ଖୋଜି ଚାଲେ ନିଜକୁ

ଅଜଣା ମୁହଁରେ ,

ଅସ୍ପଷ୍ଟ ଶବ୍ଦରେ ,

ଅନାବନା ଅସଜଡା ବଣୁଆ ରାସ୍ତାରେ ।

 

ଅନେକ ଥର ମୋ ହାତ ମୁଠାରେ ,

ଚାରିପାଖେ ଥିଲାପରି ଭାବେ ,

ସମ୍ପର୍କର ପତଳା ସୂତାରେ

ବାନ୍ଧିରଖେ ,

ବୋଧହୁଏ ପାଇଯାଏ

ହୁଏତ ନ ପାଇଲା ପରି ,

ଜାଣେନା, ଆମେ କଣ ଅଲଗା ସୃଷ୍ଟିର ।

 

ତୁମ ପରିଚୟରେ କାହିଁ ବା ସତ୍ୟତା ?

ପ୍ରେମର ନଥିଲା ଆଧାର ,

ଦେଖିବାକୁ ତୁମ ଦେହେ ମୋର ଏ ଚେହେରା

ତୁମକୁ ମୁଁ କରିଥିଲି ଆଶ୍ରା,

ଚିହ୍ନିବାକୁ ଅସ୍ତିତ୍ଵ ନିଜର ।

 

ଗଡିଚାଲେ ସମୟର ରଥ

ବିକଟାଳ ଗରଜନ କରି ,

ଗୋଟେ ପରେ ଗୋଟେ ଜାଲ ଡେଇଁ

ପାରିଥିଲେ ଆମେ ବଞ୍ଚି କୁମ୍ଭୀର ପାଟିରୁ ,

ଫେରିବାକୁ ସଂପର୍କର ଆଉ ଏକ ଜାଲେ ।











Photo Gallery


+ -

©
Site designed,developed & maintained by Tekons