Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ମହାମିଳନ


ଅନେକ ରଙ୍ଗକୁ ନେଇ ତୁମ ରଙ୍ଗ ,

ତୁମେ କିନ୍ତୁ ଅଦୃଶ୍ୟ ।

ତୁମକୁ ସିନା ଦେଖି ପାରେନା ,

ଜାଣିପାରେ ଅନୁଭବ କରି ।

ଆଖିର ପରଷେ ଟାଣିହୋଇ ଚାଲେ

ପଛେ ପଛେ ତୁମ କାନି ଧରି ।

 

ଅନ୍ଧାର ଭିତରେ ଖୋଜିବି କେମିତି

ଆଲୋକ ଭି ହଜିଯାଏ ତୁମ ଦେହ ଛୁଇଁ ।

ତୁମ କୋଳେ ଶୋଇଯାଏ ମୁଣ୍ଡଜାକି

କହିବାକୁ ଫେରିପାରେ ନ।ହିଁ ,

ବାଟଭାଙ୍ଗି ଛାଡିଯାଏ ଆକାଶେ ବର୍ଣ।ଳି ।

 

ଉଷୁମ ପରଷ ପାଇ ଯିବି ମୁଁ ତରଳି ,

ଝରଣାର ଧାର ହୋଇ ବହି ଯିବି ଡେଇଁ ,

ପାହାଡ ପର୍ବତ କୋଳୁ ଶୁଷ୍କ ମରୁଭୂଇଁ ,

ଭରିଦେବି ଦେହେ ତୋର ହୋଇ ଚମ୍ପା ଜୁଇ ।

 

ଫୁଲର ସୁଗନ୍ଧେ କର ମତୁଆଲା ,

ମହୁମାଛି କଣ୍ଠେ ଭରିଦିଅ ସୁଧା ,

ଜଙ୍ଗଲର ପଶୁ ପକ୍ଷୀ ସମସ୍ତ ଏ ଧରା,

ନାଚି ନାଚି କରି ଚାଲେ ଜୀବନର ଯାତ୍ରା ।

 

 

 

 

 

 











Photo Gallery


+ -

©
Site designed,developed & maintained by Tekons