Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ପ୍ରଶ୍ନ


ତୁମକୁ ପ୍ରଶ୍ନ କରିବି ବୋଲି

ଛାତିରେ ସାହସ ଉଣ୍ଡେଇ,

ତୁମ ଆଖିରେ ଆଖି ଭରି

ଠିଆ ହେଲି ।

 

ମୋ ସ୍ନେହକୁ ଆଡେଇ

ମୋତେ ଛାଡିଦେଇ

ବଜାର ଛକରେ ,

ପଥର ଟେକା ତଳେ

ନିଷ୍ଠୁର ହୃଦୟେ

ଦେଲ ମୋତେ ଠେଲି ।

 

ପ୍ରେମ କରିବା ମୋ ପାପ ,

ଭଲପାଇବା ଅପରାଧ ,

 

ନ ଥିଲି ଜାଣି ।

ମୁଣ୍ଡପାତି ମାନିନେଲି

ଯାହା ତୁମ ଇଚ୍ଛା ,

ବୁଝିଲିନି କଣ ଥିଲି କରି ।

 

ହାତ ଧରି ନେଇଥିଲ ଆଗେ

ନଈ ନାଳ ପାହାଡ ସେପଟେ ,

ଭରିଥିଲ ଲଢିବାକୁ ରକତ ଦେହରେ,

ଆଣିଥିଲ ସପନର ଢେଉ

ତୋଳି ବାକୁ ଆଶାର ପ୍ରାସାଦ।

କି ଆନନ୍ଦ ପାଇଥିଲ

ଛାଡିଦେଇ ଖଣ୍ଡିଆ ମହଲେ ।

 

ତୁ ଆଜି ନୀରବ ମଉନ ,

ଦୁଖ ଦେଇ କଷ୍ଟ ପାଉ

ମୁଁ ଜାଣେ ଏକା ଏକା କାନ୍ଦୁ ।

 

ପାଇଛି ମୋ ଜୀବନର

ହିସାବ ପତର,

ଭଲପାଇ ଲୋଭ କଲି

ପାଇଲି ଉତ୍ତର ।

ତୋ ପଛେ ପଛେ ଚାଲିଥିବି

ତୋ ପ୍ରେମକୁ କରିବି ପାଥେୟ

ତୋ ସପନକୁ କରିବି ଜୀବନ୍ତ

ତୋ ସ୍ନେହର ତୋଳିବି ମନ୍ଦିର

କରିବି ନି ଆଉ କେବେ ପ୍ରଶ୍ନ ।











Photo Gallery


+ -

©
Site designed,developed & maintained by Tekons