Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ବିଭିନ୍ନତା


ବୁଝିପାରେନା ତୁମେ କଣ ଚାହଁ ।

ତୁମ କହିବା ନେଇ ,

ମୋ ଭଲ ପାଇବାର ପସରା ସଜାଇ ,

ତୁମ ଦୁଆରେ ଠିଆ ହୁଏ ।

ବଦଳାଇ ଦିଅ ମନ ତୁମ

ଏଣ୍ଡୁଅର ରଙ୍ଗ ଭଳି ।

ଲୁଚି ଯାଅ ନୂଆ ପ୍ରକୃତିରେ,

ଭୁଲେଇ ଚାଲ ଆମ କାଲି ।

ମୋ ମନର ମନ୍ଥରତା

ଜାବୁଡି ଧରେ ମୋ ଅତୀତକୁ ।

ଆଖି ଖୋଲି ଦେଖେ

ତୁମ ନୂଆ ଯୌବନକୁ ।

ତୁମ ନୃତ୍ୟରେ ତାଳ ଦେଇ

ନାଚିଯିବି ନୂଆ ଛନ୍ଦେ ;

ଭୁଲିବାକୁ ଦିଅ କିଛି ବେଳ

ଚିରିବାକୁ ପୁରୁଣା କପଡା

ଦେହେ ମୋର ଭରିଦିଅ ବଳ ।

 

ମନେ ମୋର ନ।ହିଁ  କ୍ଲେଶ,

ଯଦି ଇଚ୍ଛା ନେଇପାର ମୋ ପ୍ରେମ ପରୀକ୍ଷା ,

ଛାତି ଚିରି ଦେଖି ପାର

ତତଲା ମୋ ରକ୍ତର କଣିକା ।

ଦେଖିପାର ମୋମନ ଦର୍ପଣ ରେ

ବହୁରୂପି ତୁମରି ଚେହେରା ।

ବିଭିନ୍ନତା ବିଚିତ୍ର ତୋ ରଙ୍ଗ ,

ଦେହେ ମୋର ଭରିବାକୁ

କେତେ କାଳୁ ହୋଇଛି ମୁଁ ଠିଆ ।

 

କିଛି ବାଟ ମୁଁ ଯିବି,

ଆଉ ଟିକେ ତୋ ଅଙ୍ଗୁଳି ଧରି ,

ତୋ ପ୍ରେମକୁ କରିବି ପାଥେୟ ,

ବହି ଯିବି ନଦୀର ଧାରରେ

ଦେଖିବାକୁ ତୋ ପ୍ରକୃତ ଛବି ।

 

 

 











Photo Gallery


+ -

©
Site designed,developed & maintained by Tekons