Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ଏ ମୁହୂର୍ତ୍ତ


ଏ ମୁହୂର୍ତ୍ତ ଗଡିଗଲା

କଣ ତା ଠିକଣା ,

ସମୟ ସ୍ରୋତର ଟିକି ଟିକି ଧାର

କେଉଁଠୁ ଆସିଲା ।

ଚାହିଁ ଥିଲି ରଖି ଥାନ୍ତି ବାନ୍ଧି

ଦେଖିବାକୁ ତା ରୂପ ଶରୀର ।

ଠେଲି ଦେଇ ଖସିଗଲା

ଦେଇ ନୂଆ କ୍ଷଣ ।

ପୁରୁଣା ବାସନା ନେଇ

ଦେଖିଲି ପଛକୁ ,

ଭୁଲିଗଲି ତୋ ପରଶ

ହାତ ଛଡା କରି ।

 

ନାହିଂ ଲୋଡା ମୋତେ

ସମୟ ତୁ ଯା ତୋର ବାଟେ ।

ଘଣ୍ଟା , ଦିନ ,ବରଷ ଚକ୍ରରେ

ଦଳିଦେଲି ଜୀବନର ଲକ୍ଷ୍ୟ ,

ଆଇନାରେ ବଦଳିଛି ରୂପ ,

ତୋଫାନରେ ହୋଇ ଅଛି ମୁଁ କ୍ଷତ ବିକ୍ଷତ ।

ଛାଡିଗଲା ଅତୀତ ଓ ସ୍ଵପ୍ନ ,ଭଲକରି ଜି ନିଏ ଆଜି ଏ ମୁହୂର୍ତ୍ତ ।

 

 











Photo Gallery


+ -

©
Site designed,developed & maintained by Tekons