Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ଆମ ମନଗଢା


ମଣିଷ ର ଚାଦର ପିନ୍ଧି

ବାହାରିଲି ପାଶୁଙ୍କ ରାଇଜେ ।

ପେଟ ପାଇଁ ଲଢେଇ ଏ ଜଙ୍ଗଲରେ ,

ନାହିଁ ଇଚ୍ଛା କରିବାକୁ ଠୁଳ

ଖାଦ୍ୟ ବା ସମ୍ପଦ ,

କରିବାକୁ ଅଯଥା ଲଢେଇ ,

ଅବା ମାନିବାକୁ ମନଗଢା ଅନୁଶାସନ ।

 

ଆଦମ ଖୋର ସାମାଜିକ ପଶୁ ଆମେ

ଖାଇ ଚାଲୁ ରକ୍ତ ମାଂସ ,

ସବୁ କିଛି ଭୁଲିଯାଇ

ସ୍ଵାର୍ଥ ପାଇଁ ବଳି ଦେଉ

ନ ଦେଖି ଚେହେରା ।

ପ୍ରତିଷ୍ଠା ର ବେଦି ପରେ

ବଳି ପଡେ ସ୍ନେହ ଆଉ ପ୍ରେମ ।

ସତେ କଣ ଆମେ ଶ୍ରେଷ୍ଠ ସ୍ରଷ୍ଠ। ର ସର୍ଜନ।

ଅବା ଏ ଆମ ମନଗଢା ।











Photo Gallery


+ -

©
Site designed,developed & maintained by Tekons