Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ଇତିହାସ ର ଗୋଟିଏ ପୃଷ୍ଠା


ଆଖି ତରାଟି ଚାହିଁଥିଲା ସେ

ପାଚିଲା କ୍ଷେତର ଲହରୀ କୁ ।

ତା ଯୌବନର ସ୍ଵପ୍ନରେ ହଜିଥିଲା

ରାଜକୁମାରର ସ୍ମୃତିକୁ ଖୋଜୁ ଖୋଜୁ ।

କ୍ଷଣକ ପାଇଁ ଭୁଲିଯାଇଥିଲା

ଭୋକିଲା ପେଟର ଯନ୍ତ୍ରଣା ।

ଶୁଖିଲା ନଈ ପଠାରେ ପଡିରହି

ହାତ ନଖରେ ଲେଖି ଚାଲିଥିଲା

ତା ଜୀବନ ଇତିହାସ ର କେତୋଟି ପୃଷ୍ଠା ।

ଆଶା ନିରାଶା ଓ ଜୟ ପରାଜୟର କାହାଣୀ ,

ଶାରଦୀୟ ବାଦଲ ଛାଇରେ

କାଶତଣ୍ଡି ଫୁଲର ନା ନା ଭଙ୍ଗୀ ନୃତ୍ୟ,

ଅସଜଡା ବେଶଭୁଷା , ଆଉ

ତୁମ ଚାହିଁଲା ଚାହିଁଲା ଆଖି ,

ବନ୍ଦୀ ଆଜି ବାଲୁକା ଶେଯରେ ।

 

ବୁଦ୍ଧ ଭିକ୍ଷୁ ରୂପ ନେଇ ଆସିଥିଲ ଦିନେ

ହାତ ଧରି ନେଇଯିବା ପାଇଁ ,

ନଈ କୂଳ ରାସ୍ତା ଦେଇ ପାହାଡ ଉହାଡେ ।

ଲୁଚି ଥିଲି ପଲାସ ଜଙ୍ଗଲେ

ମହୁଲୀର ମତୁଆଲା ନିଶା

ଧରିଥିଲେ ଯୋର କରି ତରୁଣୀ ଙ୍କ ମେଳେ ।

ନଈ କୂଳ ଜହନୁଆ  ରାତିରେ

ହାତ ଧରା ଧରି ହୋଇ

ନାଚି ନାଚି ପାହିଥିଲେ ରାତି ।

 

ସକାଳର ଆଜି ଏ ପ୍ରଥମ ପ୍ରହର

ଥଣ୍ଡା ଥଣ୍ଡା ସୁଲୁ ସୁଲୁ ବାଆ,

ଚାଳଘର ଅଗଣା ପିଣ୍ଡାରେ

ଆଖିଖୋଲି ଶୋଇ ଦେଖୁଥିଲି

ଚିରି ଚିରି ବାଇୟା ଚଡେଇ,

ଅବସ ମୋ ଗୋଡ ହାତ ,

ପେଟରେ ପେଟିଏ ଭୋକ ,

କାନ ପାରି ଶୁଣୁଥିଲି

ଦଳ ଦଳ ବୁଦ୍ଧ ଭିକ୍ଷୁ କଣ୍ଠେ

ଗୁଣୁ ଗୁଣୁ ଗୀତ ।

ଗୋଡ ଟେକି ଧୀରେ ଧୀରେ ଯାଇଥିଲି ଆଗେ ,

ଛାତିର ଦରଦ ଦେଇ

ଭରିଥିଲି ପେଟର ଭୋକକୁ ,

ହାତଧରି ପାଦଚିହ୍ନ ଚାହିଁ

ଚାଲିଥିଲି ନ ଦେଖି ପଛକୁ ।











Photo Gallery


+ -

©
Site designed,developed & maintained by Tekons