Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

କାଶତଣ୍ଡି ଫୁଲ


ଦେଖି ନିଏ ମୋ ଗାଁ ନଈ

କାଶତଣ୍ଡି ଫୁଲ ,

ପକ୍ଷୀଙ୍କର କଳରୋଳ,

କେଉଟର ମାଛଧରା ,

କାତ ହାତେ ନାଉରିଆ ,

ବାଦଲ ଉହାଡେ ନତ

କଅଁଳିଆ ଖରା ।

 

ଫେରି ଲେଣି କାନ୍ଧେ ହଳ

ବିଲରୁ କୃଷକ ,

ଗୋଧୂଳି ଉଡାଇ ଦୂରୁ

ଆସନ୍ତି ଗୋ- ପଲ ।

ଅମାନିଆ ପିଲାସବୁ ପଡିଆ ଗୋଚରେ ,

ନ।ହିଁ  ଇଚ୍ଛା ଫେରିବାକୁ ,

ବୋଉ ର  ଡାକରେ ।

 

ସଞ୍ଜ ସଞ୍ଜୁଆ ପବନକୁ

ଆସିଲାଣି ମେଘ,

ନଡା ଘର ଅସଜଡା ,

ଏଣେ ତେଣେ ଜିନିଷ ପତର ,

ଚୁଲା ଜାଳି ଘେରି ଥିଲେ ଘରେ

ଗପ ସପ  ନୂଆବୋଉ ସଙ୍ଗେ ।

 

ଦେଖି ନିଏ ପୁଣି କେବେ ଦେଖା ,

ବଦଳିଛି ମୋ ଗାଁ ର ଛବି ,

ଥାଇ ବି ନ ଥାଉ ଏଠି ,

ଦେଖି ବି ଦେଖୁନା ଆଜି,

ନଈ ପଠା କାଶତଣ୍ଡି ଫୁଲ ।

 

 











Photo Gallery


+ -

©
Site designed,developed & maintained by Tekons