ତୋ ନୀରବ ହସରେ ଲୁଚେଇଲୁ
ଛାତିର ଦରଦ କୁ ।
ଜାଣି ଅଜଣା ହୋଇ , ମୁଁ
ଆଖିବୁଜି ଦେଖି ନେଲି , ତୁମକୁ ।
ତୁମେ ଯେ ସୁନ୍ଦର ଏତେ
ବୁଝିବାକୁ ଗଲା ବର୍ଷ କେତେ !
ହେଲେ , ଭୟ ହେଲା କହିବାକୁ
ଯଦି ଦେଖି ନେବ କେବେ ଆଖିର ଲୁହକୁ ।
ଆମ ଜୀବନର ଯନ୍ତ୍ରଣା କୁ ,
ଲୁଚେଇଲ ସ୍ଵପ୍ନ ଦେଖି ଆଗାମୀ ଦିନକୁ ।
ଶିଖାଇଲ ନୂଆକରି ଜିଇ ବାକୁ ,
ଆଖିଖୋଲି ମନଦେଇ ଭଲ ପାଇବାକୁ ।
ଅନ୍ଧାରୁଆ ଶୂନ ଶାନ ରାତିରେ
ଟିକି ମିକି ତାରା ମେଳରେ ,
କାନପାରି ଶୁଣି ନେଲି
ହୃତପିଣ୍ଡ ର କୋହ ଭରା ଧ୍ୱନି କୁ ।
ମୁଁ କିନ୍ତୁ ଅସହାୟ କହିବି କାହାକୁ ?
ରକ୍ତ ହୀନ ଧମନୀ ଓ ଶକ୍ତି ହୀନ ବାହୁ,
ନେବା ପାଇଁ ଜାବୁଡି ପାଖକୁ ,
ଚାଲି ଥିଲି ତୁମ ପଛେ ପଛେ
ଭୁଲି ମୁଁ ନିଜକୁ ।
ଜାଣେନା ପାଇବା କି ନାହିଁ
ହଜିଗଲା ଦିନ ଆଉ ହୃଦୟ ର ତାତି,
ତୋ କୋଳରେ ଯାହା ବାକି ଦେବି ମୁଁ ଅଜାଡି
ଜୀବନରେ ଯେତେ ପ୍ରେମ ଥିଲି ମୁଁ ଅରଜି ।