ଉଠି ବସିବାକୁ ଦେହରେ ବଳ ନ।ହିଁ ।
ଚାଲି ଚାଲି ଥକି ପଡିଥିଲି
ଦେଶ ପରେ ଦେଶ ଜିଣି ଜିଣି ।
ଜୀର୍ଣ ଶରୀର ନେଇ ପଛକୁ ଦେଖୁଥିଲି ,
ଝାପସା ଝାପସା ଇତିହାସ ର ପୃଷ୍ଠାକୁ ।
ହାତ ମୁଠାରେ ବାଲିକୁ ଜାବୁଡି
ଚେଷ୍ଟା କରି ବି ରଖି ପାରିଲିନି ।
ଆଙ୍ଗୁଳି କଡରୁ ବୋହି ଯାଇଥିଲେ
ସମୟର ଟିକି ଟିକି କଣିକା ପରି ।
ଧରିଥିଲି ଖାଲି ମନରେ ଟିକେ ସ୍ମୃତି କୁ ।
ଆଗରେ ଦେଖିଲି ଟିକେ ଆଲୁଅ ର ରେଖା ,
ଘୁସୁରୀ ଘୁସୁରୀ ପିଣ୍ଡା ଯାଏ ଯିବି ,
ବାରିପଟ କବାଟ ଖୋଲି
ମନ ଭାରି ଶ୍ଵାସ ନେବି
ନଈ କୂଳିଆ ହାଲକା ହାଲକା ପବନକୁ ।
ସମୟକୁ ଧୀରେ ଧୀରେ ଖର୍ଚ କରି
ବୁଝିନିଏ ଜୀବନର ଅର୍ଥ ।
ଦୂର ପାହାଡରେ ଆଙ୍କି ଦିଏ ଇନ୍ଦ୍ରଧନୁର ରଙ୍ଗ ,
ହାତ ଟେକି ତୋଳି ଦିଏ ଅଞ୍ଜୁଳାଏ ଫୁଲ ,
ତୋ କଅଁଳିଆ ପାଦକୁ ।