ମନରେ ମୋ ନୂଆକରି
ଦେଇ ଥିଲ ଡର ।
ଜାଣିନଥିଲି ,
ସେ ଏତେ ସଂକ୍ରାମକ,
ଜୀବନକୁ ଭରି ଦେବେ
ତା ଛାଇ ରେ ,
ସବୁ ଆଡେ ଖାଲି ଡର ଆଉ ଭୟ ।
ଏକା ଚାଲିବାରେ ଡର ,
ଅନ୍ଧାରୁଆ ସଞ୍ଜ ବେଳେ
ଜଙ୍ଗଲିଆ ରାସ୍ତାରେ
ଶୁନଶାନ ଖରା ବେଳେ
ସବୁ ଆଡେ ଖାଲି ଡର ଆଉ ଡର ।
ଘରେ ବାପା ବଡ ବାପା ,
ସ୍କୁଲ ରେ ସାର ,
ଆଉ ଗାଁ ରେ ବଡ ବଡୁଆ
ଦେଖାଇବାକୁ ଭଦ୍ରତା ଆଉ ଡର ,
ସତରେ ଜୀବନର ଆରମ୍ଭ
ଅବର୍ଜନା ଭରା କୁଢାରେ ,
ଭୟ ଆଉ ଡରରେ ।
ଯୌବନର ଆରମ୍ଭରେ
ପ୍ରେମର ପ୍ରଥମ ଇଶାରାରେ
ଅବା
ଚାକିରୀର ଆରମ୍ଭରେ
ସଫଳତା ଛୁଇଂବା ଆଶାରେ
ମୁଣ୍ଡ ଟେକେ ଜଣା ଶୁଣା ଅତି ପରିଚିତ
ମନେ ନାହିଂ କେବେ କଣ
ଜିଇ ଥିଲି ମନ ଖୋଲି,
ଛାତି ମେଲି,
ଡର ଭୟ ଛାଡି ,
ଜୀବନକୁ ଖାଲି ଜିଇବାକୁ ।
ସେ ଜୀବନ ,
ନାହିଂ ସେଠି ଭୟ ,
ନାହିଂ କିଛି ପାଇବାକୁ
ଅବା
ହାରିବାର ଡର ।
ଅନାବନା ବଣ ପରି
ବେପରୁଆ ଝରଣାର ପାଣି ହୋଇ
ନାଚି ନାଚି ଗୀତ ଗାଇ ଗାଇ
ଯାଉଥାନ୍ତେ ଆମେ ।
ଡର ମ।ନେ ,ଭୟ ମ।ନେ
ଥାଆନ୍ତେ ଦୂରେଇ,
ଜୀବନକୁ ମନଭରି ପାଇଥାନ୍ତେ ଜୀଇ ।
ଡର ! ତୁମେ ଫେରିଯାଅ ।
ଛାଡିଦିଅ ଏକା ମୋତେ ,
ଦେଖିନିଏ ମୁଁ ନିଜକୁ ,
ଆଖି ଖୋଲି , ମନ ଭରି ,
ପ୍ରେମ କରେ ,
ଜାଣି ନିଏ ଜୀବନକୁ,
ଥର ଟିଏ ପାଇଁ ।