Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ମୁକ୍ତାର ସନ୍ଧାନ


ସେମାନେ ସେଦିନ ଆସିଥିଲେ

ଡାକିନେବା ପାଇଁ

ନଈ ପାରି ଜଙ୍ଗଲ ରାସ୍ତାରେ ।

ଖାଲି ଗୋଡ , ଖାଲି ହାତେ

ଅଧା ଲଙ୍ଗଳ। ବେଶରେ ,

ଆଖିରେ ଆଖିଏ ସ୍ଵପ୍ନନେଇ

ମୃଗତୃଷ୍ଣା ପାରି କରି

ଦେବା ପାଇଁ ରାଜଗାଦି

ଭିନ୍ନ  ପୃଥିବିରେ ।

 

ଗାଧୁଆ ତୁଠରେ

ତରୁଣୀଙ୍କ ମେଳେ

ଖୁସିହେଲି ଦେଖି

ସେପାରିର ଶାଗୁଆ ସହର ।

ପାଦ ଟେକି ଯିବା ପାଇଁ

ବଳିଲାନି ମନ ,

ଫେରିଥିଲେ ବୁଦ୍ଧ , ମହାବୀର ।

ହଜିଥିଲେ ପ୍ରଜାପତି ମେଳେ

ଲଢିଥିଲି ଦୟା ନଦୀ କୂଳେ ,

ରକ୍ତର ଆଞ୍ଜୁଳା ଭରି

ଧାଇଁଥିଲି ଧଉଳି ଶିଖରେ ।

ଯାଇଥିଲେ ଜଣେ ଜଣେ କରି

ମୋ ଦୃଷ୍ଟି ପରିଧି ବାହାରେ ।

ଭୟାତୁର ଥର ଥର ଦେହେ

ଡାକି ଥିଲି ଫେରିବାକୁ

ତୁମ ଚଲା ବାଟେ ।

 

ଭିକ୍ଷୁ ତୁମେ ଫେରି ଆସି

ଧରି ମୋ ଆଙ୍ଗୁଳି,

କଣ୍ଟା ବୁଦା ନଈ ନାଳ ଦେଇ

ନେଇ ଯିବ ସାଗର କୂଳକୁ ,

ଆଖି ବୁଜି ଶାମୁକା ଭିତରୁ

ଖୋଜି ନେବି ଛୁପିଲ ମୁକ୍ତା କୁ ।

 











Photo Gallery


+ -

©
Site designed,developed & maintained by Tekons