ଅନେକ ବାଟ ଗଲା ପରେ
ଇଚ୍ଛା ହୁଏ ଦେଖିବି ପଛକୁ ।
ଭଲ ମନ୍ଦ , ପାପ ପୁଣ୍ୟ
ଧର୍ମ ଅଧର୍ମ ର ସଙ୍ଗ୍ୟ। ଭୁଲି
ମୋ ବାଟର ନ।ହିଁ ଆଗ ପଛ
ପ୍ରତାରଣାରୁ ପ୍ରେମ ,
ଧର୍ମରୁ ଅଧର୍ମ ,
ଗତିଶୀଳ ନଦୀର ସ୍ରୋତରେ
ଖୋଜି ବୁଲେ ,
ଠିକଣା କୂଳର ।
ଏ ଯାତ୍ରା ଅନ୍ତହୀନ
ନ।ହିଁ ତାର ଅର୍ଥ ,
ଅନାବନା କାହାଣୀ ଆମର ,
ଗଢିଚାଲୁ ଗ୍ରନ୍ଥାଗାର ,
ଖୋଜି ବୁଲୁ ଗଭୀର ସାଗର ।
ଆସ ଚାଲିବା ଆଗେଇ ,
ହାତ ଧରା ଧରି ହୋଇ ,
କଥା କୁହା କୁହି ହେବା
ଆଖିର କୋଣରେ ,
କାନ ଡେରୀ ଛାତିର ଶବଦ ,
ବୁଝିଯିବା ପ୍ରେମର ଉତ୍ତାପ ।
ଚିକ ଚିକ ଜ୍ୟୋସନା ଆଲୁଅରେ ,