ଏ କୋଳାହଳ ଭିତରେ
କେଉଁ ଗୋଟେ କୋଣେ
ମୁଣ୍ଡପାତି ବସିଥିଲି ଦୀର୍ଘ ଦିନ ଧରି ।
ଚାରିଆଡେ ହାଲାଗୁଲା , ଡ୍ରମ ବାଜା,
କାନ ଫଟା ଲାଉଡ ସ୍ପିକର ।
କିଏ ବା ଶୁଣିବ କାହା କଥା ?
ଧାଡି ବାନ୍ଧି ଚାଲିଛନ୍ତି ପ୍ରାଣହୀନ ଦେହ ।
ଜୀବନର କୋଳାହଳରେ ସବୁ ଯାଏ ଲୁଚି ।
ଛୋଟ ଛୋଟ ଫୁଲର ପାଖୁଡା ,
କୁନି କୁନି ପିଲାଙ୍କର ହସ ,
କର୍ମରତ ପିମ୍ପୁଡିର ଧାର,
ସକାଳର ଉଁଇଲା ସୂରୁଜ ,
ଆକାଶର କେତେ ନୂଆ ରଙ୍ଗ ,
ପାହାଡ ଉହାଡେ ଡୁବିଲା କିରଣ ,
ଚଢେଇଙ୍କ ଘର ଫେର। , ଆଉ
ନାଉରିଆ ନା ନା ବାୟା ଗୀତ ।
ଅଙ୍କା ବଙ୍କା ରାସ୍ତା କୁ ଆଡେଇ
ମୁଣ୍ଡଟେକି ଧୀରେ ଧୀରେ ଗଲି ,
ଜଙ୍ଗଲର ବଣବୁଦା ଭେଦି
ପାରକରି ଘାସ ବିଛୁଆତି ।
ଜୀବନ କୋଳାହଳରେ ଲୁଚିଥିଲା ଶାନ୍ତ ସରଳ,
ଜୀର୍ଣ ଶିର୍ଣ ମୁଣ୍ଡିତ କପାଳ ,
କେଉଁ ଏକ ଭିକ୍ଷୁ ର ଆହ୍ଵାନ ।
ପଛେ ପଛେ ଯାଇ ବହୁ ଦୂର
ପାଇ ଥିଲୁ ନୀରବ ସମୀର ।
ସବୁଥିଲେ ନୀରବ ମଉନ,
ସାଗରର ଲହରୀ , ଝଡର ପ୍ରକୋପ ।
ସହରର ଛୋଟ ବଡ ପାତ୍ର
ଫେରିଥିଲେ ଯେ ଯାହା ବାଟରେ ।
ଆମେ ଦୁଇ ଜଣ ଛୋଟିଆ ଡଙ୍ଗାରେ ,
ଚାଲିଥିଲେ ଧୀରେ ଧୀରେ ନଈ ସେପଟରେ ,
କାତଠେଲି ସ୍ରୋତ ପ୍ରତିକୂଳେ ,
ମେଘ ଭୁଲି କୁହୁଡି କୋଳରେ ।
ଥିରି ଥିରି ପବନରେ କାହାଣୀ ତୁମର
ହଜିଗଲେ ଆଖି କାନ ଦେଇ ,
ଘଡ ଘଡି ମେଘ ଶବ୍ଦେ
ହୋଇ ଥିଲେ ଲୀନ ,
ବହୁ ଦୂର ପର୍ବତ କୋଳରେ ।
ଭରି ଥିଲେ ନିଦୁଆ ଆଖିରେ
କଳ କଳ ନଦୀର ସ୍ରୋତରେ ,