(1)
ମୋ ଦେହରୁ ଓପାଡି ଫିଙ୍ଗି ଦେବି
ତୁମ ବସାଘର , ତୁମ ସ୍ସ୍ମ୍ରିତି ।
ଜୈନ ମୁନି ପରି
ଟାଣି ନେବି ଗୋଟି ଗୋଟି କେଶ ।
ରକ୍ତାକ୍ତ ମସ୍ତକ ନେଇ
ଠିଆ ହେବି ବରଷା ଝଡରେ ,
ହାତ ଟେକି ଛାଡିଦେବି
ବଢିଲା ନଈରେ, ମୋ ଦେହର ସବୁ ଅ।ଭୁଷଣ ।
ଆଖିଠାରି ଅଙ୍ଗୁଳି ଦେଖାଇ କହିଗଲା
ଦରକାର ନ।ହିଁ , ବୋହିବାକୁ ବୋଝ ।
ଭାବିଥିଲି ତୁମେ ସବୁ ଦେବତା ଗନ୍ଧର୍ବ ,
ମଣିଷର ରୂପ ନେଇ ଅନେକ ଠାକୁର ।
ରାଣ ଦେଇ ପାପ ଓ ପୂଣ୍ୟର
ଭରିଥିଲ ଆଣି ସବୁ ଜୀବନର ଭୟ ,
ଆଉକିଛି ମନଗଢା ସମାଜର ଡର ।
କିଏ ଜାଣେ ଏ ଦ୍ଵନ୍ଦ ରେ
କିଏ ଜୟୀ କିଏ ପରାଜିତ ।
ସକାଳର କଅଁଳ ଖରାରେ
ଫେରିଆସେ ଜୀବନର ନରମ ହରସ ।
(2)
ଭୀକାରୀ ତୁମେ କଣ ଦେଇ ପାରିବ ?
ପେଟ ପାଇଁ ଚାରିଆଡେ ବୁଲ ,
କଣ କହି ତୁମେ ବା ଡାକିବ ,
ଦେହର ଦରଦରେ ତୁମେ କାତର ,
କେଉଁ ଭରସା ଦେଖାଇବ ?
ଛିଣ୍ଡା ମିଣ୍ଡା କପଡା ଖୋଳରେ
ଲକ୍ଷ ଲକ୍ଷ ଳଙ୍ଗଳା ଦେହକୁ ଦେଖିବ ସିନା
କଣ କିଛି ସାହାଯ୍ୟ ହୋଇବ ?
ରକ୍ତ ଶୂନ୍ୟ ଦେହରୁ କଣ ଦାନ ଦେବ ?
ଏଠି ରୋଗୀଙ୍କର ଅସରନ୍ତି ଭିଡ ,
ପଇସା ଆଉ ଭାତ ଗଣ୍ଡେ ପାଇଁ ମାଡଗୋଳ ।
ସୁନା ଓ ଟଙ୍କାର ପାହାଡ ଉପରେ ଆମ ମହାଜନ ,
ଗୋଡ ଭାଙ୍ଗି ତୁ ସେଠି ଠିଆ ,
ତୁ ବୁଝିଲେ ବି, କି ଫାଇଦା ?
ଆକାଶରେ ଶୁଖିଲା ଧଳା ମେଘ ,
ତୋ ତୁଣ୍ଡରେ କିଏ ଦେବ ଦୁଇ ଟୋପା ଜଳ ?
ତୋତେ ମାଗି ନ।ହିଁ ଲାଭ ,
ଅଯଥା ଯାହା ସମୟର ନଷ୍ଟ ।
ଚାଲ ଖୋଳି ଚାଲିବା ନଖ ମୁନରେ, ଆମ ଗାଁ ନଈ
ଝରିବକି ଶୁଖିଲା ସ୍ତନରୁ କ୍ଷୀର ଚିରି ମରୁ ବାଲି ?
ତୋତେ ଭରସା କରି କଣ ହେବ ?
ମୋ ପରି ତୁ ଭି ଚାଲୁ ଜୀବନ ଆଶାରେ
ଦେବାକୁ ତୋ ସ୍ଵପ୍ନ କୁ ପବନ ।
ସବୁ ଦୁଖ , କଷ୍ଟ ଆଉ ଜଞ୍ଜାଳ ଭିତରେ
ପାଇବାକୁ ସଙ୍ଗରିଲା ସନ୍ଧାନ ।
ପ୍ରତାରିତ , ପରାଜିତ ଜୀବନ ସଂଗ୍ରାମେ
କଥା ତୋର ଶୁଣିବ ବା କିଏ ?
ଇତିହାସ ଭରା ଏଠି ବିଜୟୀ ଙ୍କ ଗାଥା
ଲକ୍ଷ ଲକ୍ଷ କଙ୍କାଳ କୁ ଜିଣି ଥିଲା ଯିଏ ,
ଖଡ୍ଗ ଧାରେ ଲେଖିଥିଲା ମସ୍ତକରେ ଟୀକା ।
ତୋ କାହାଣୀ ଦରଦ ର ଘର ,
କିଏ ଦେବ ଆଖି ଲୁହ ଧାର ?
ଚୁପ ଚାପ ବସି ଥା , ପଥରରୁ ଫସିଲ ପର୍ଯନ୍ତ ,
ମୁକ୍ତି ହେବୁ ଅହଲ୍ୟ। ସାଙ୍ଗକୁ
ସମୟର ଅନ୍ତିମ ପ୍ରହରେ ।
କାହାଣୀ ତୋ କେତେ ଦୁଖ ଭରା ,
କିଏ ତୋଳିବ ତୋ ପାଇଁ ମନ୍ଦିର ?
ଯମୁନାରେ ନଉକା ବିହାରେ ,
ଅବା କେଉଁ ହୋଟେଲର ଝରକା ଉହାଡ଼େ ,
ଝଲକାଏ ପବନ ଆଳରେ
ଦେଖିନେବେ କ୍ଳାନ୍ତ ଭରା ବୁଜିଲା ଆଖିରେ ।