ମୋ ଆସିବା ଆଗରୁ ଲେଖିଗଲ
ତୁମ ମନଗଢା ମୋ କାହାଣୀ ।
ମୋ ଜୀବନର ସବୁ ପାତ୍ର , ନାୟକ ନାୟିକା
ଠିକ କରିଥିଲ ଅନେକ ଆଗରୁ ।
ତିଆରି ସରିଥିଲା
କାହାଣୀ ର ଶାଖା ପ୍ରଶାଖା ,
ଦୃଶ୍ୟ ସବୁ ଦୁଖସୁଖ ,ହସ ଓ କାନ୍ଦ ର ।
କାଠ କଣ୍ଢେଇ କୁ ନେଇ ନାଟକ ତୁମର ,
ହେଲେ ଦେହେ ଭରିଦେଲ ଦେଇ ଟିକେ ପ୍ରାଣ,
ଭରିଦେଲ ଛାତିରେ ଦରଦ ,
ଲଗାମ ଛଡା ଘୋଡା ପରି କରିଦେଲ ମନ ।
ଆଖିରେ ଆଖିଏ ସ୍ଵପ୍ନ
ହେଲେ ,ବିଞ୍ଚି ଦେଲ କାହାଣୀ ର ଜାଲ ।
ଆଙ୍ଗୁଳି ଆଗରେ ତୁମ କଣ୍ଢେଇ ଜୀବନ ,
ଏଣେ ତେଣେ ବୁଲି ବାକୁ କାହିଁ ଆମ ବାଟ ।
ମନକଥା ଜାଣେନା ତୁମର ,
ବୁଝେନା ଏ କାହାଣୀ ରହସ୍ୟ ,
ଗୋଟେ ପରେ ଗୋଟେ ଖାଲି ଅର୍ଥହୀନ ଦୃଶ୍ୟ,
ତୁମ ନାଟକର ସବୁ ଆବଶ୍ୟକ ଅଙ୍କ ।
ଲହରୀର ଛୋଟିଆ କଙ୍କଡା ,
ତାଳଦେଇ ନାଚି ନାଚି ଆଗକୁ ବଢିବା ।
ମଜିବାକୁ ହେବ ମୋତେ
ପ୍ରତ୍ୟେକ କ୍ଷଣରେ ,
ପ୍ରାଣଦେଇ ପରିଣାମ କରିବା ଉତମ,
ହଜିଯିବା ନାୟକ ଚିତ୍ର ରେ ,
ଭୂମିକା କୁ କରିବା ଜୀବନ୍ତ ।
ବୁଝିହେବ କାହାଣୀର ମର୍ମ ,