ଅବନ୍ତୀକା ! ବୋଧ ହୁଏ ଭାବିଥିଲ
ଯାଇଥିଲି ସହର ତୋ ଛାଡି ,
ଲାଞ୍ଛିତ ଓ ଅପମାନିତ ହୋଇ ।
ପରାଜିତ ନତ ଶିରେ
ଅବନ୍ତୀପୁରର ଚଉଡା ରାସ୍ତାରେ
ବନ୍ଦୀ ବେସେ ଅଖିକୋଣେ
ଶେଷ ଥର ପାଇଁ
ଯାଇ ଥିଲି ତୋ ଠୁଁ ଦୂରେଇ ।
ବିକ୍ରମାଦିତ୍ୟର ଅନ୍ଧାର କାରାରେ
ଯୌବନର ପ୍ରତିଟି କ୍ଷଣକୁ
ଜାଳିଥିଲି ଏକା ଏକା
ଆଲୁଅ ଆଶାରେ ।
ହାତର ଶିକୁଳି ମୋର ଗହଣା ସାଜିଛି ,
ଅନ୍ଧାରର ପ୍ରେମରେ ପଡିଛି ,
ସ୍ଵାଧୀନ ହୋଇବି,
ନିଜେ ନିଜ ଗୋଡ ହାତ ଜାବୁଡି ଧରିଛି ।
ଆଜି ପୁଣି ଫେରି ମୁଁ ଆସିଛି ।
ସହର ତୋ ଜୀର୍ଣ ଶିର୍ଣ,
ରାସ୍ତା ଘାଟ ଶଙ୍କୀର୍ଣ ଦୂର୍ଗମ ।
ଆଖିରେ ତୋ ହଜିଲା ଚାହାଣୀ ,
ଭାବିଥିଲି ଦେଖିନେବି
ମୋ ହଜିଲା ଜୀବନ କାହାଣୀ ।
ବିଜୟିନୀ ସାମ୍ବ୍ରଙ୍ଗୀ ର ଦରୂଣ ହୃଦୟ
ଶୁଖିଲା ସ୍ମସାନ ଆଉ ଶାଗୁଣା ଙ୍କ ଢେର ;
ଦେଖିବାକୁ ଫେରି ମୁଁ ଆସିଛି ,
କ୍ଳାନ୍ତ , ରୁଦ୍ଧ ଶିପ୍ରା ସ୍ରୋତ
ଭଙ୍ଗା ତୋ ପ୍ରାସାଦ ।
ଆଉ ତୋର ଛାତିର ସ୍ପନ୍ଦନ
କରି ବାକୁ ବଚାକୁଚା ମୋ ପ୍ରେମ ସନ୍ଧାନ ।