ଶୁଣିଥିଲି ଆମେ ସବୁ
ଆସିଥିଲୁ ,
ଗଢିବାକୁ ପ୍ରେମର ଦୁନିୟା ।
ଶ୍ରେଷ୍ଠ ଜୀବ ଆମେ ପରା
ସବୁଠୁ ଅଲଗା ,
ଭରିବାକୁ ଏ ଦୁନିୟା
ସ୍ନେହ ସୁମନରେ ,
କରିଥିଲୁ ପଣ ଆମେ
କ୍ଷୀର ସାଗରରେ ।
ଅନାବିଳ ଦେହ , ମନ ନେଇ
ଫେରିଥିଲୁ ,
ଚାଲିବାକୁ ନୂଆ ବାଟ ଦେଇ ।
ପୁରୁଣା ଭୁଲ ଆଉ ପାପକୁ ଭୁଲାଇ
ଢାଳିଥାନ୍ତେ ପସରା ସ୍ନେହର
ତୋଳିବାକୁ ଶାନ୍ତିର ମନ୍ଦିର ।
ହେଲେ ,
ଆଜି ଆମେ ବହୁ ଦୂରେ ,
ନରକ ଭିତରେ
ହିଂସା ,ଦ୍ଵେଷ ,କ୍ରୋଧ
ମୋହ ଜାଲେ ।
ଅଚିହ୍ନା ପଶୁଙ୍କ ମେଳେ
ଡର, ଭୟ ,ଆତଙ୍କ ଉହାଡେ
ଅବିଶ୍ଵାସ,ପ୍ରତାରଣା କୋଳେ ।
ଆଖିବୁଜି ସାଜିଅଛୁ ଅନ୍ଧ ,
ଅଭିନୟେ ହୋଇ ଅଛେ ସିଦ୍ଧ ,
କରିଅଛେ ସବୁ ରାସ୍ତା ବନ୍ଦ ,
ମରୀଚିକା ଆମ ଲକ୍ଷ୍ୟ,
ଧାବମାନ ଅଶ୍ଵ ପଚ୍ଛେ
ଧରିବାକୁ ସପନର ଗୁଚ୍ଛ ।
ମୁହୂର୍ତକ ପାଇଁ
ଆ – ଆଜି
ଟାଣି ନିଏ ପବନକୁ ମୋ ଦେହରେ ,
ସାଗରକୁ ପି ନିଏ ,
ଆକାଶକୁ ଧରି –ନେ ଜାବୁଡି ।
ଖୋଲିଦିଏ ମୋ ଘରର
କବାଟ , ଝରକା ।
ମନଖୋଲି ହୃଦୟ କୋଣରେ
ଭରି ଦିଏ ତୋ ସ୍ନେହ ପ୍ରେମ ,
ବହି ଯାଏ ଅଙ୍କା ବଙ୍କା ବାଟ ଦେଇ ,