ମୋ ଭଲପାଇବାର ଶେଷ ନ।ହିଁ ,
ବର୍ଷ ପରେ ବର୍ଷ ବିତି ଗଲେ ବି
କିଛି ପୁରୁଣା ଲାଗେ ନି ।
ଗୋଡ ଭାଙ୍ଗି ଘରେ ବସି ବସି
ଟିକେ ଭାବୁକ ହୁଏ ସିନା ,
ହେଲେ ସ୍ଵପ୍ନ ଦେଖିବାରେ କଣ ମନା ?
ଥକି ଯାଏ ନା ଆଳସ୍ୟରେ ,
ଆଖି ମଳି ମଳି ପୁଣି ଠିଆ ହୁଏ ।
ଜଣ ଜଣ କରି ଦେଖି ଚାଲେ
ନୂଆ କରି ଭଲ ପାଇ ବସେ ।
ପ୍ରତ୍ୟେକ ଅଧ୍ୟାୟର ଅନ୍ତିମ ସୋପାନରେ
ଖୋଲି ଦେଖେ ପ୍ରେରଣା ତୁମର ,
ଛାଡି ଯାଇଥିବା କିଛି ଖଟା ମିଠା ଅନୁଭବ ।
ଏମିତି ଲେଖି ଚାଲେ ମୋ ଜୀବନ ପୁସ୍ତକ ।
ପ୍ରତିଥର ଦେଖେ ତୁମକୁ ଅଲଗା ରୂପରେ ,
ପ୍ରତି ଗଳ୍ପର ତୁମେ ନ।ୟୀକ। ନ ହେଲେ ବି
ଦେଖା ଦିଅ କେଉଁଠି ନ କେଉଁଠି ।
ଅଜଣାତରେ ପୁଣି ଭଲ ପାଇ ବସେ
ସମାଜ ତିଆରି ସବୁ ବାଧା ସତ୍ଵେ ।
ସୁନାମୀ ର ଢେଉ ପରି
ସାଗରର ବୁକୁ ଚିରି ,
ତୁମ ଲୁଚିଲା ଚେହେରା ଆସେ ମାଡି ।
ସୃଷ୍ଟି ର ଆରମ୍ଭରେ ହୋଇଛେ ଅଲଗା
କେବେ ନା କେବେ ହେବା ଚିହ୍ନା ,
ଭଲପାଇବା ଛଡା କିଛି ନ।ହିଁ ଜଣା ।
ତୁମ ଛାତି ତଳେ ମଞ୍ଜି ବୁଣି ଦେଲେ
ଆଖି ବୁଜି ଶୋଇ ହେବ ଗଛ ଛାଇ ତଳେ ।
ଫୁଲ ଫଳେ ଦେଖି ଖୁସି ହେବି ,
ପ୍ରେମ ଗୀତ ଗାଇ ଯିବି ନାଚି ,
ଲେଖୁଥିବି କବିତା ଲହରୀ ।
ଭୁଲ କରି ବିଶ୍ଳେଷଣ କରିବନି ପ୍ରେମକୁ ମୋର ,
ବୁଝିବାକୁ କରିବନି ଚେଷ୍ଟା ।
ଯେମିତି ବି ହେଉ ଜାବୁଡି ଧରିବ ଛାତିତଳେ,
ହିସାବ କିତାବ କରିନେବ ମୋ ପ୍ରେମ ର ସମସ୍ତ ଅଧ୍ୟାୟ ।
ବିଗତ ଦିନ କୁ ଭୁଲି ଚାଲିଥିବ ଆଗେ
କେ ଜାଣେ ଦେଖା ହେବ ଜୀବନର ଆଗାମୀ ସୋପାନେ ,
ଭୁଲିଯାଇ ପାର ତୁମେ ସହଜରେ
ମୁଁ କିନ୍ତୁ ଥକିବିନି ପ୍ରେମ କରି ବାରେ ।