କେତେ କଥା ମୋ ମନର
ଆସି ଫେରିଯାଏ ,
ଛୁଇଁବାକୁ ଚାହେଁ ଯେବେ ତୋତେ ,
ଡେଇଁ ଯାଏ ନଈ ନାଳ , ପାହାଡ ପର୍ବତ ।
ଆଉ କେବେ ନିର୍ଜନ ଦ୍ଵିପରେ ,
ଖୋଜି ବୁଲେ ଟୋପା ଟୋପା
ବରଷା ପାଣିରେ ।
କଳା କଳା ତୋ ଆଖିରେ ,
ଭସ୍ମ ବିଭୁତି ବୋଳା ପଥର ଉପରେ ,
ଦେଖୁଥାଉ ଜୀବନର ଅଙ୍କା ବଙ୍କା ରାସ୍ତା ।
ଚାଲିବାରେ ଶତ ସ୍ପୃହା ,
ଦେଖିନେବି ଆଉ କିଛି ନୂଆ ।
ସକାଳର ନିଦୁଆ ସୌନ୍ଦର୍ଯ ,
ରଙ୍ଗ ବୋଳା ଆକାଶ ସଞ୍ଜରେ ,
ଭାବିନେବି ଆଗାମୀ ସୂର୍ୟର ।
କଳା ଧଳା ବାଦଲରେ ଦେଖିବି ତୋ ଛବି ,
ସଙ୍ଗୀତର ମୂର୍ଚ୍ଛନାରେ
ନାଚି ଯିବି ଝରଣା ସାଙ୍ଗରେ ।
ଟିକି ଟିକି ପାଦେ ଚଢି
ଦେଖିବି ମନ୍ଦିର ,
ପର୍ବତର ଶିଖ ଭେଦି
ଆକାଶ କୋଳରେ ,
ହାତ ମେଲି ନେଇ ନେବି
ପରଶ ତୋହର ।
ହୃଦୟକୁ ଓଦା କରି ଓଁ କାର ଶବଦେ
ଶିହରଣ ନେବି ଦେହେ
ଜାବୁଡି ହାତରେ ।
ଶାନ୍ତ ହେବ ଅମାନିୟା ମନ ,
ପଞ୍ଚଭୂତ ହୋଇବେ ଆସ୍ଵସ୍ଥ ,
ଆତ୍ମା ଦେଇ ଆତ୍ମା ନେବି ,
ଅଦୃଶ୍ୟ, ଅସ୍ପର୍ଷ୍ୟ କେଉଁ ,