ଛୋଟ ଛୋଟ ଘାସ ଫୁଲେ
ଦେଖି ନିଏ ,
ସକାଳୁଆ କାକର ଦେହରେ
ଖୋଜି ନିଏ ,
ପ୍ରଜାପତିର ରଙ୍ଗିନ ଦେହରେ
ପାଇ ନିଏ ,
ଜୀବନର ସ୍ଵର ।
କାନ୍ଦିଲା ପିଲାର ଗଳାରେ
ବସ୍ତାନି କାନ୍ଧରେ ସ୍କୁଲ ରାସ୍ତାରେ
ଦେଖିଣିଏ ,
ଧୀର ମନ୍ଥର ଜୀବନର ବେଗ ।
ପ୍ରତିଦ୍ୱନ୍ଦିତା ଜୀବନର ନୁହେଁ ମାପକାଠି
ଜାଣିନିଏ ,
ଆଖିବୁଜି ପିଇ ଯାଏ
ଅମୃତର ସ୍ରୋତ ।
ଆମ ଜୀବନ ସମାନ୍ତରାଳ ରେଖା
ଜୋର କରି ମିଶାଇବା କଷ୍ଟ ।
ଆମ ଦୂରତା ପ୍ରେମର ନିବିଡତା
ବୁଝିନିଏ ।
ପୃଥକ ପୃଥିବିର ଆମେ ଯାତ୍ରୀ
ଭିନ୍ନତା ଆମ ଶ୍ରେଷ୍ଠତା ,
ବୃଥା ଏ ପ୍ରୟାସ ଗଢିବାରେ
ଆମ ପ୍ରତିମୂର୍ତ୍ତି ।
ସବୁ ଜଞ୍ଜାଳ ଆମ ପୋଷାକରେ ।
ହାତ ମେଳି ଆକାଶ କୋଳରେ
ଆସ ଠିଆ ହେବା
ହୃତପିଣ୍ଡ କୁ ଧରି ।
ଭିନ୍ନତା ର ନେଇ ସ୍ଵାଦ
ଅଷଢାଏ ବରଷାରେ
ଫେରିଯିବା ତିନ୍ତି ତିନ୍ତି