ପ୍ରିୟାର ସବୁଜ ପଣତ
ମେଘୁଆ ଉନ୍ମୁକ୍ତ କେଶ
ନିଦୁଆ ଆଖିରୁ ଝରେ
ଟୋପା ଟୋପା ଅମୃତ ଲହରି।
ଛାଡ଼ିଗଲାବେଳେ ଆଜି
କହିଦେଇ ଗଲ ଭଲପାଅ ବୋଲି।
ବିତେଇଛି ଦିନ କେତେ ଶୁଖିଲା ତୋଟାରେ,
ଗୋଡ଼ପୋଡ଼ା ତତଲା ବାଲିରେ,
ନଦୀବକ୍ଷ ଯାଇଥିଲି ଚିରି
ପାଇବାକୁ ପାଣିମୁଁ ଟୋପାଏ।
ଲୁଚି ଲୁଚି ଚାହିଁ ଥିଲି ତୋ ଆସିବା ବାଟ
ଶୁଣିବାକୁ ପଦୁଟିଏ କଥା
ରଖିବାକୁ କାଣିଚାଏ ଚାହାଣି ଆଖିର।
ଅନେକ ଦିନ ପରେ ଆଜି
ଯାଉଛି ମୁଁ ଫେରି,
ବହୁ ଦୁରୁ ଶବ୍ଦ ଆସେ ଛୁପିଲା ପ୍ରେମର,
ମୁଁ ଜାଣେ,
ତେବେ ଜାଣିଥିଲି
ଯାହା ଅନେକ ବାଟ ଆଗେଇଯାଇଛି।
ଯଦି ପାରୁ ଧରି ରଖ,
ସବୁଜିମା ପାହାଡ଼ିଆ ଭୂଇଁ,
ଆଖିବୁଜି ରହିଚି ଅଟକି
ତୋ କୋଳେ କିଛିକ୍ଷଣ ପାଇଁ।
ପ୍ରକାଶିତ:‘ଆମେ ଓଡ଼ିଆ’