Bichitra Behura

ANANTA SPARSHA (Book of Poems)
Poet: Dr. Bichitra Kumar Behura
Mobile:09433090378
email: bkbehura@gmail.com

ସଂପର୍କ


ଖୋଜି ଚାଲେ ନିଜକୁ,

ଅଜଣା ମୁହଁରେ,

ଅସ୍ପଷ୍ଟ ଶବ୍ଦରେ,

 ଅନାବନା ଅସଜଡ଼ା ବଣୁଆ ରାସ୍ତାରେ

ଅନେକ ଥର ମୋ ହାତମୁଠାରେ,

ଚାରିପାଖେ ଥିଲାପରି ଭାବେ,

ସଂପର୍କର ପତଳା ସୂତାରେ

ବାନ୍ଧି ରଖେ,

ବୋଧହୁଏ ପାଇଯାଏ

ହୁଏତ ପାଇଲା ପରି,

ଜାଣେନା ଆମେ କଣ ଅଲଗା ସୃଷ୍ଟିର

ତୁମ ପରିଚୟରେ କାହିଁବା ସତ୍ୟତା?

ପ୍ରେମର ନଥିଲା ଅଧାର.

ଦେଖିବାକୁ ତୁମ ଦେହେ ମୋର ଚେହେରା

ତୁମକୁ ମୁଁ କରିଥିଲି ଆଶ୍ରା,

ଚିହ୍ନିବାକୁ ଅସ୍ତିତ୍ବ ନିଜର

ଗଡିଚାଲେ ସମୟର ରଥ,

ବିକଟାଳ ଗରଜନ କରି

ଗୋଟେ ପରେ ଗୋଟେ ଜାଲ ଡେଇଁ

                                                                    ପାରି ଥିଲେ ଆମେ ବଞ୍ଚି କୁମ୍ଭୀର ପାଟିରୁ,

ଫେରିବାକୁ ସଂପର୍କର ଆଉ ଏକ ଜାଲେ

------











Photo Gallery


+ -

©
Site designed,developed & maintained by Tekons