ମୋ ହାତ ଖୋଲି ସକାଳୁ ସକାଳୁ
ଉଡି ଗଲେ ଅନେକ ପକ୍ଷୀ ,
ଧରି ରଖିବାକୁ ଇଚ୍ଛା ଥିଲେ ବି
ପରିଲି ନି ତାଙ୍କ ସର୍ତ୍ତ ରଖି ।
ସୁଖ ଓ ଶାନ୍ତି ର ଦାନା ଦେବାକୁ
ଘର ମୋ ଥିଲା ଖାଲି ,
କଣ ପାଇଁ ,
ଜୋରକରି କରି ଥାନ୍ତି ବନ୍ଦୀ ?
ସେମାନେ ସବୁ ବଣୁଆ ଚଢେଇ ,
ପୋଷା ମାନି ରହିବେ କେମିତି ?
ସୂରୁଜର ପ୍ରଥମ କୀରଣେ
ନିଜ ବାଟେ ଚାଲିଯିବେ ଉଡି ।
ଚେଷ୍ଟା କରି କି ଲାଭ ହୋଇବ,
ଅକାରଣେ ସମୟ ଗଡିବ ।
ଲେଖି ଦିଏ ଦୁଇ ଧାଡି ଛିଣ୍ଡା କାଗଜରେ
ପୁରୁଣା ସ୍ମୃତିର ମୃତ ଇତିହାସ ,
ଶୁଖିଲା ଗୋଲାପର ପାଖୁଡା କୁ ନେଇ